Chandrakanta: Episode 2

ରହସ୍ୟ, ରୋମାଞ୍ଚ ଓ ଷଡଯନ୍ତ୍ରଭରା ଐତିହାସିକ କାହାଣୀ

ରାଜକୁମାର-” ଯାହା ଠିକ ଭାବୁଛ, ତାହାହିଁ କର । ମତେ ତ ଖାଲି ନିଜ ବାହୁବଳ ଉପରେ ଭରସା ଅଛି କିନ୍ତୁ ତୁମର … ନିଜର ବାହୁବଳ ସହ କ୍ଷିପ୍ରଚର ବୃତ୍ତି ବି…।”
ତେଜ-“ଜାଣିଛନ୍ତି କୁମାର…ମତେ ଏବେ ଏବେ ଖବର ମିଳିଛି କି ସେ କ୍ରୁର ସିଂର ଦୁଇ କ୍ଷୀପ୍ରଚର ନାଜିମ ଆଉ ଅହମଦ ଏଠିକି ଆସି ଆମ ମହାରାଜାଙ୍କୁ ଦେଖା କରି ଯାଇଛନ୍ତି । ଜାଣେନା ସେମାନେ କେମିତି ଚାଲାକି କରି ଆସିଲେ ଆଉ ଚାଲିଗଲେ । ଅବଶୋଷର କଥା ଏହିକି ଯେ ମୁଁ ସେ ସମୟରେ ଏଠି ନଥିଲି ।”
ରାଜକୁମାର -“ଏ ତ ବଡ଼ ମୁସ୍କିଲ କଥା । ତୁମେ ସେ ଦୁହିଁଙ୍କୁ ଫସେଇବା ଚକ୍କରରେ ରହିଥିବା ବେଳେ ସେମାନେ ତୁମର ଗିରଫଦାରୀ ଯୋଜନାରେ ଅଛନ୍ତି । ଭଗବାନ ଭରସା…କଣ ହେବ ଜଣା ନାହିଁ । ଛାଡ଼, ଏବେ ତୁମେ ଯାଅ ଆଉ ଅତି ଶୀଘ୍ର ଚନ୍ଦ୍ରକାନ୍ତାଙ୍କ ସହ ମୋର ଭେଟ କରିବାର ବନ୍ଦୋବସ୍ତ କର ।”

ତେଜ ସିଂ ତତକ୍ଷଣାତ ଉଠି ଠିଆ ହେଇ ଗଲା ଆଉ ବୀରେନ୍ଦ୍ର ସିଂ ଠୁ ବିଦାୟ ନେଇ ବିଜୟଗଡ଼ ଆଡେ ପାଦ ବଢ଼େଇଲା । ବୀରେନ୍ଦ୍ର ସିଂ ବି ନିଜର ଅଶ୍ୱକୁ ବୃକ୍ଷରୁ ଖୋଲି ତା’ ଉପରେ ସବାର ହେଇ ନିଜ ମହଲ ଆଡକୁ ଝପଟି ଗଲେ ।

ବିଜୟଗଡ଼ ମହଲ । କ୍ରୁର ସିଂ (ବୟସ ୨୧ କି ୨୨ ) ନିଜ କକ୍ଷରେ ନିଜର ଦୁଇ କ୍ଷୀପ୍ରଚର.. ନାଜିମ ଆଉ ଅହମଦ ସହ ବାର୍ତ୍ତାଳାପ କରୁଥିଲା ।
କ୍ରୁର-“ଆଛା ନାଜିମ… ତମେ ତ ଜାଣ, ମୁଁ ରାଜକୁମାରୀ ଚନ୍ଦ୍ରକାନ୍ତାକୁ କେତେ ଭଲ ପାଏ ? ହେଲେ ମହାରାଜ ଏ କଥା ମାନିବାକୁ ନାରାଜ । ତାଙ୍କ ବିଚାରରେ ମୁଁ ହେଲି ତାଙ୍କ ମନ୍ତ୍ରୀଙ୍କ ପୁଅ । ତେଣୁ ସେ କାହିଁକି ବା ମତେ ତାଙ୍କ ଜାମାତା କରିବେ ? ତା’ ଛଡା ଚନ୍ଦ୍ରକାନ୍ତା ରାଜକୁମାର ବୀରେନ୍ଦ୍ର ସିଂ ଙ୍କୁ ପ୍ରେମ କରନ୍ତି । ଏବେ କୁହ, ଚନ୍ଦ୍ରକାନ୍ତାଙ୍କୁ ନେଇ ମୁଁ ଯେଉଁ ସ୍ୱପ୍ନ ଦେଖିଛି ସେ କଣ ପୁରଣ ହେବନି ? ଇଛା ତ ହେଉଛି … ମୁଁ ଚନ୍ଦ୍ରକାନ୍ତାଙ୍କୁ ଅପହରଣ କରି ଏଠୁ ଫେରାର ହେଇ ଯାଆନ୍ତି । ହେଲେ ମୁଁ ଯିବି କେଉଁଠାକୁ ? ରହିବି କେଉଁଠି ? ତା’ ପରେ ମହାରାଜ କଣ ମତେ ଛାଡ଼ିବେ ? ମୋ ବାପାଙ୍କର କି ଦୁର୍ଦ୍ଦଶା ହେବ ? ଓଃ ..ମୁଣ୍ଡଟା କିଛି କାମ କରୁନି । ନା..ନା.. ଏଇଟା ଠିକ ହେବନି । ଅନ୍ୟ ଉପାୟ କାଢ଼ିବାକୁ ହେବ । ହଁ… ବଢିଆ ଉପାୟ ମୁଣ୍ଡକୁ ଆସିଛି । ପ୍ରଥମେ କଳେ ବଳେ କୌଶଳେ ସେ ପ୍ରେମିକ ପ୍ରବର ବୀରେନ୍ଦ୍ର ସିଂ ଆଉ ତା’ କ୍ଷିପ୍ରଚର ତେଜ ସିଂକୁ ଗିରଫ କରିବାକୁ ହେବ । ତା’ପରେ ସେମାନଙ୍କୁ ଏମିତି ଏକ ସ୍ଥାନରେ ରଖିବି ଯେ ହଜାର ବର୍ଷ ପର୍ଯ୍ୟନ୍ତ ସେମାନେ ସେଠୁ ବାହାରି ପାରିବେନି । ଆଉ ମୌକା ଦେଖି ମହାରାଜାଙ୍କୁ ହତ୍ୟା କରି ରାଜଗାଦି ଅକ୍ତିଆର କରିବି । ସେତେବେଳେ ଚନ୍ଦ୍ରକାନ୍ତାଙ୍କ ପାଖରେ ଆଉ କିଛି ଉପାୟ ନଥିବ । ସେ ମତେ ହିଁ ବାହା ହେବାକୁ ବାଧ୍ୟ ହେବେ ଆଉ ମୁଁ ତାଙ୍କ ସହ ସାରା ଜୀବନ ଅୟସ କରିବି … ଅୟସ । କିନ୍ତୁ ମହାରାଜଙ୍କୁ ହତ୍ୟା କଲା ପରେ ମୁଁ ରାଜଗାଦି ଅକ୍ତିଆର କରିବି କେମିତି ? ପ୍ରଜାମାନେ କଣ ମତେ ତାଙ୍କ ରାଜା ବୋଲି ସ୍ୱୀକାର କରିବେ ? ସେମାନେ ଯଦି ବିଦ୍ରୋହ କରି ଦିଅନ୍ତି ….ନା..ନା.. ସବୁ ଯୋଜନା ମୋର ବେକାର…ଏ ନାଜିମ … ଅହମଦ ଆରେ କିଛି ତ କୁହ ?”

ନାଜିମ-“ଆଜ୍ଞା ….ପ୍ରଜାମାନଙ୍କର କଣ ଅଛି ? ଯିଏ ଗାଦିରେ ବସିଲା, ସିଏ ରାଜା…ସ୍ୱୀକାର କାହିଁକି କରିବେନି ? ତା’ ଛଡା ଆମ ରାଜ୍ୟରେ ହିନ୍ଦୁଙ୍କ ଅପେକ୍ଷା ମୁସଲମାନ ପ୍ରଜାଙ୍କ ସଂଖ୍ୟା ଅଧିକ । ମୁଁ ସେମାନଙ୍କୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ମନେଇ ପାରିବି । ଆଉ ସେମାନଙ୍କୁ କସମ ଖାଇବାକୁ ବାଧ୍ୟ କରିଦେବି କି ସେମାନେ ରାଜାଙ୍କ ଅନ୍ତେ ଆପଣଙ୍କୁ ରାଜା ବୋଲି ମାନି ନେବେ । କିନ୍ତୁ ଗୋଟିଏ ସର୍ତ୍ତ ଆପଣଙ୍କୁ ମାନିବାକୁ ପଡିବ … ଆପଣ ରାଜା ହେଲା ପରେ ଆମ ମୁସଲମାନ ଧର୍ମ ଗ୍ରହଣ କରିବେ ।”
କ୍ରୁର ସିଂ-“ଯଦି ଏମିତି ହେଇଗଲା ନା… ତେବେ ତମର ସବୁ ସର୍ତ୍ତକୁ ମୁଁ ମାନି ନେବି ।”
ଅହମଦ-“ତେବେ ଠିକ ଅଛି … ଆପଣ ଏକ ସ୍ୱିକାରୋକ୍ତି ପତ୍ର ଆମକୁ ଲେଖି ଦିଅନ୍ତୁ ଯାହାକୁ ଦେଖେଇ ଆମେ ଆମର ମୁସଲମାନ ଭାଇ ମାନଙ୍କୁ ଆମ ପକ୍ଷଭୁକ୍ତ କରେଇପାରିବୁ ।”

ଏ କଥା ଶୁଣିଲା ପରେ କ୍ରୁର ସିଂ ତୁରନ୍ତ ଏକ ସ୍ୱିକାରୋକ୍ତି ପତ୍ର ଲେଖି ନାଜିମ ଆଉ ଅହମଦକୁ ହସ୍ତାନ୍ତର କଲା । ଯାହାକୁ ଦେଖି ଅହମଦ କହିଲା-” ଏବେ ସବୁ ମୁସଲମାନଙ୍କୁ ଏକାଠି କରିବା ଦାୟିତ୍ବ ଆମର, ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବା ଆବଶ୍ୟକ ନାହିଁ । ହଁ… ଆଉ ଏକ କଥା… ଆମ ଦୁଇ ଜଣଙ୍କ ପାଇଁ ଆଉ ଏକ ସ୍ୱିକାରୋକ୍ତି ପତ୍ର ଲେଖି ଦିଅନ୍ତୁ କି ଆପଣ ରାଜା ହେଲା ପରେ ଆମ ଦୁହିଁଙ୍କୁ ମନ୍ତ୍ରୀପଦ ମିଳିବ । ତା’ ପରେ ଆପଣ ଆମ ଦୁହିଁଙ୍କର ଚାଲାକି ଦେଖିବେ, ଆଉ ଦେଖିବେ କଥା କଥାକେ ଆମେ ଦୁହେଁ କେମିତି ଦୁନିଆକୁ ଏପଟ ସେପଟ କରିଦେଉଛୁ ।”

କ୍ରୁର ସିଂ ଚଟାପଟ ଏ କଥାର ବି ଏକ ସ୍ୱିକାରୋକ୍ତି ପତ୍ର ଲେଖି ଦେଲା । ଦୁଇ ଦୁଇଟି ସ୍ୱିକାରୋକ୍ତି ପତ୍ର ପାଇ ସେ ଦୁଇ ଜଣ ବହୁତ ଖୁସି ହେଇଗଲେ । ତା’ ପରେ ନାଜିମ କହିଲା-” ଏବେ ଆମେ ଯାଉଛୁ ଚନ୍ଦ୍ରକାନ୍ତାଙ୍କ ହାଲଚାଲ ବୁଝି ଆସିବୁ … କାହିଁକି ନା ଏ ସଞ୍ଜବେଳ ଆମ ପାଇଁ ବହୁତ ଭଲ ସମୟ । ଚନ୍ଦ୍ରକାନ୍ତା ନିଶ୍ଚୟ ଉଦ୍ୟାନ ଭ୍ରମଣରେ ଆସିଥିଵେ ଆଉ ସଖି ଚପଳାକୁ ନିଜର ବିରହ ଗାଥା ଶୁଣଉ ଥିବେ । ସେଇଥିରୁ ଆମକୁ ଜଣା ପଡି ଯିବ କି ଆଜି କାଲି ବୀରେନ୍ଦ୍ର ସିଂ ଆଉ ଚନ୍ଦ୍ରକାନ୍ତାଙ୍କ ଭିତରେ କଣ ସବୁ ଚାଲିଛି ।”

ଦୁଇ କ୍ଷୀପ୍ରଚର କ୍ରୁର ସିଂ ଠୁ ବିଦାୟ ନେଇ ଚାଲିଗଲେ ….


କ୍ରମଶଃ

Please follow and like us:
0
20
Pin Share20